Bhikari Bal - Emiti E Badadande lyrics
Artist:
Bhikari Bal
album: Saradha Bali Bhajan
ଏମିତି ଏ ବଡ଼ଦାଣ୍ଡେ ହାତ ପାତି ରହିଥିବି
ଏମିତି ଏ ବଡ଼ଦାଣ୍ଡେ ହାତ ପାତି ରହିଥିବି
ପତିତପାବନ ପତାକାକୁ ଚାହିଁ
ପତିତପାବନ ପତାକାକୁ ଚାହିଁ
ତୋର ନାମ ଗାଉଥିବି
କାଳିଆ ରେ ଦୁଃଖ ମୋର ଭୁଲିଯିବି
କାଳିଆ ରେ ଦୁଃଖ ମୋର ଭୁଲିଯିବି
♪
ଏତିକି ମିନତୀ ଜଗତ ଠାକୁର
ଦୁଃଖୀ ବୋଲି ମତେ କରିବୁନି ପର
ଏତିକି ମିନତୀ ଜଗତ ଠାକୁର
ଦୁଃଖୀ ବୋଲି ମତେ କରିବୁନି ପର
ସଞ୍ଜ, ସକାଳରେ ଆଳତି ବେଳରେ
ଗରୁଡ଼ ପଛରେ ଥିବି
କାଳିଆରେ ତୋ ଶ୍ରୀମୁଖ ଦେଖୁଥିବି
କାଳିଆରେ ତୋ ଶ୍ରୀମୁଖ ଦେଖୁଥିବି
♪
ଜଗତରେ ନାହିଁ ତୋ ପରି ଠାକୁର
ରଥ ଚଢ଼ି ଯେବେ ହବୁ ତୁ ବାହାର
ଜଗତରେ ନାହିଁ ତୋ ପରି ଠାକୁର
ରଥ ଚଢ଼ି ଯେବେ ହବୁ ତୁ ବାହାର
ତୋ ରଥ ଦଉଡ଼ି, ଅଣ୍ଟାରେ ମୁଁ ଭିଡ଼ି
ତୋ ରଥ ଦଉଡ଼ି, ଅଣ୍ଟାରେ ମୁଁ ଭିଡ଼ି
ଆନନ୍ଦରେ ଟାଣୁଥିବି
କାଳିଆରେ ଜୀବନ ଧନ୍ୟ କରିବି
କାଳିଆରେ ଜୀବନ ଧନ୍ୟ କରିବି
♪
ଯେତେ ଇଛା ଦୁଃଖ ଦେ ପଛେ ମତେ
ମାଗିବିନି କିଛି ଦିନେ ହେଲେ ତତେ
ଯେତେ ଇଛା ଦୁଃଖ ଦେ ପଛେ ମତେ
ମାଗିବିନି କିଛି ଦିନେ ହେଲେ ତତେ
ପାରିବିନି ଯାଇ, ତତେ ଛାଡ଼ି ମୁହିଁ
ପାରିବିନି ଯାଇ, ତତେ ଛାଡ଼ି ମୁହିଁ
ଶ୍ରୀକ୍ଷେତ୍ରରେ ରହିଥିବି
କାଳିଆରେ ତୋ ସେବାରେ ଖଟୁଥିବି
କାଳିଆରେ ତୋ ସେବାରେ ଖଟୁଥିବି
ଏମିତି ଏ ବଡ଼ଦାଣ୍ଡେ ହାତ ପାତି ରହିଥିବି
ଏମିତି ଏ ବଡ଼ଦାଣ୍ଡେ ହାତ ପାତି ରହିଥିବି
ପତିତପାବନ ପତାକାକୁ ଚାହିଁ
ପତିତପାବନ ପତାକାକୁ ଚାହିଁ
ତୋର ନାମ ଗାଉଥିବି
କାଳିଆ ରେ ଦୁଃଖ ମୋର ଭୁଲିଯିବି
କାଳିଆ ରେ ଦୁଃଖ ମୋର ଭୁଲିଯିବି
Поcмотреть все песни артиста
Other albums by the artist