Bhikari Bal - Amiti A Boro Dandere lyrics
Artist:
Bhikari Bal
album: Joy Jagannatha Hey Swami
ଏମିତି ଏ ବଡ଼ଦାଣ୍ଡେ ହାତ ପାତି ରହିଥିବି
ଏମିତି ଏ ବଡ଼ଦାଣ୍ଡେ ହାତ ପାତି ରହିଥିବି
ପତିତପାବନ ପତାକା କୁ ଚାହିଁ
ତୋର ନାମ ଗାଉଥିବି
କାଳିଆରେ ଦୁଃଖ ମୋର ଭୁଲିଯିବି
♪
ଏତିକି ମିନତି ଜଗତ ଠାକୁର
ଦୁଃଖୀ ବୋଲି ମୋତେ କରିବୁନି ପର
ସଞ୍ଜ ସକାଳରେ, ଆଳତି ବେଳରେ
ଗରୁଡ଼ ପଛରେ ଥିବି
କାଳିଆରେ ତୋ ଶ୍ରୀମୁଖ ଦେଖୁଥିବି
♪
ଜଗତରେ ନାହିଁ ତୋ ପରି ଠାକୁର
ରଥ ଚଢ଼ି ଯେବେ ହେବୁ ତୁ ବାହାର
ଜଗତରେ ନାହିଁ ତୋ ପରି ଠାକୁର
ରଥ ଚଢ଼ି ଯେବେ ହେବୁ ତୁ ବାହାର
ତୋ ରଥ ଦଉଡ଼ି, ଅଣ୍ଟାରେ ମୁଁ ଭିଡ଼ି
ଆନନ୍ଦ ରେ ଟାଣୁଥିବି
କାଳିଆରେ ଜୀବନ ଧନ୍ୟ କରିବି
♪
ଯେତେ ଇଛା ଦୁଃଖ ଦେ ପଛେ ମତେ
ମଗିବିନି କିଛି ଦିନେ ହେଲେ ତତେ
ପାରିବିନି ଯାଇ, ତତେ ଛାଡ଼ି ମୁହିଁ
ଶ୍ରୀକ୍ଷେତ୍ର ରେ ରହିଥିବି
କାଳିଆରେ ତୋ ସେବାରେ ଖଟୁଥିବି
ଏମିତି ଏ ବଡ଼ଦାଣ୍ଡେ ହାତ ପାତି ରହିଥିବି
ପତିତପାବନ ପତାକା କୁ ଚାହିଁ
ତୋର ନାମ ଗାଉଥିବି
କାଳିଆରେ ତୋ ସେବାରେ ଖଟୁଥିବି
କାଳିଆରେ ତୋ ସେବାରେ ଖଟୁଥିବି
Поcмотреть все песни артиста
Other albums by the artist