ଜଗା କାଳିଆରେ, ଜଗା କାଳିଆରେ
ଜଗା କାଳିଆରେ, ଜଗା କାଳିଆରେ
କରୁ କେତେ ହରବର
ତୋର ନାମ ଧରି, ହେଲି ଏତେ ସରି
ତୋର ନାମ ଧରି, ହେଲି ଏତେ ସରି
ଦୁଃଖ ନ ବୁଝିଲୁ ମୋର ରେ
ଜଗା କାଳିଆରେ, ଜଗା କାଳିଆରେ
ଜଗା କାଳିଆରେ, ଜଗା କାଳିଆରେ
♪
ଦେଖିଲେ ତୋ ମୁଖ, ଘୁଞ୍ଚିଯାଏ ଦୁଃଖ
ଏ କଥା ଶୁଣିଛି ମୁହିଁ
ଶ୍ରୀଅଙ୍ଗ କୁ ତୋର ଛୁଇଁ ଦେଲେ ପରା
ପାପ ସବୁ ଯାଏ ଧୋଇ
କପଟ ନ କରି, କହ ସତକରି
କପଟ ନ କରି, କହ ସତକରି
କିବା ଦୋଷ ଅଛି ମୋର ରେ
ଜଗା କାଳିଆରେ, ଜଗା କାଳିଆରେ
ଜଗା କାଳିଆରେ, ଜଗା କାଳିଆରେ
♪
ସୁଖ ବେଳେ ଦିନେ ଖୋଜି ତ ନଥିଲି
ଦୁଃଖ ରେ ଶରଣ ଗଲି
ମାର ଅବା ରଖ ଆହେ କଳାମୁଖ
ତତେ ମୁଁ ଭରସା କଲି
ଆଉ ନିଦାରୁଣ ନ ହୁଏ କାଳିଆ
ଆଉ ନିଦାରୁଣ ନ ହୁଏ କାଳିଆ
ଗୋଡ଼ ଧରୁଛି ତୋହର ରେ
ଜଗା କାଳିଆରେ, ଜଗା କାଳିଆରେ
ଜଗା କାଳିଆରେ, ଜଗା କାଳିଆରେ
କରୁ କେତେ ହରବର
ତୋର ନାମ ଧରି, ହେଲି ଏତେ ସରି
ତୋର ନାମ ଧରି, ହେଲି ଏତେ ସରି
ଦୁଃଖ ନ ବୁଝିଲୁ ମୋର ରେ
ଜଗା କାଳିଆରେ, ଜଗା କାଳିଆରେ
ଜଗା କାଳିଆରେ, ଜଗା କାଳିଆରେ
ଜଗା କାଳିଆରେ, ଜଗା କାଳିଆରେ
ଜଗା କାଳିଆରେ, ଜଗା କାଳିଆରେ
Поcмотреть все песни артиста
Other albums by the artist