ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଳି ଢଳି ମଣି ବିମାନରେ ଚଢ଼ି
ଜଳି ଢଳି ମଣି ବିମାନରେ ଚଢି
ଯାଉଛି ହଲାଇ ମାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢୁଳାଇ ଢୁଳାଇ ପୂଜାପଣ୍ଡା ଚାଲେ
ଧରି କମଣ୍ଡଳୁ ହାତ
ଢୋଲ ପେଏଁକାଳି ଶଙ୍ଖ ଘଣ୍ଟ ଧ୍ବନୀ
କମ୍ପିଉଠୁଛି ଜଗତ
ଜିକା ବାଜୁଅଛି ନରେନ୍ଦ୍ର ତଟରେ
ଢକା ବାଜୁଅଛି ନରେନ୍ଦ୍ର ତଟରେ
ହେଉଛି ଚନ୍ଦନ ଯାତ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢେଉ ପରି ନରନାରୀ ଛୁଟିଛନ୍ତି
ଦେଖିବେ ଚାପେ ନାଥ
ଢମପଣେ ମଲ୍ଲୀମାଳକୁ ଝୁଲାଇ
ହଲାଇ ଚାଲନ୍ତି ବାଟ
ଜୁଳୁ ଜୁକୁ ଆଖି ବଟା ଭାଙ୍ଗ ଚାଖି
କୁଳୁ କୁଳୁ ଆଖୁ ବଟା ଭାଙ୍ଗ ଚାଖି
ଆମୋଦେ କରନ୍ତି ସଙ୍ଗୀତ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢଳ ଢଳ ନେତ୍ରେ ଆନନ୍ଦ ଉଲ୍ଲାସେ
ଲୋଟାନ୍ତି ଶ୍ରୀପଦେ ମାଥ
ଜିମା ପଥର ହେ ଚାପଭୋଗ ସାରି
କର ନୀଳାଦ୍ରି ମଣ୍ଡିତ
ଢାଳି ନେତ୍ରବାରେ ଅନା ଏ ଦାସରେ
ଢାଳି ନେତ୍ରବାରେ ଅନା ଏ ଦାସରେ
ପ୍ରସାରି ଅଭୟ ହାତ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଳି ଢ଼ଳି ମଣି ବିମାନରେ ଚଢ଼ି
ଢ଼ଳି ଢଳି ମଣି ବିମାନରେ ଚଢ଼ି
ଯାଉଛ ହଲାଇ ମାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ଢ଼ଗ ସୁନ୍ଦର ହେ ପ୍ରଭୁ ନୀଳାଚଳ ନାଥ
ପ୍ରଭୁ ନୀଳାଚଳ ନାଥ
ପ୍ରଭୁ ନୀଳାଚଳ ନାଥ
Поcмотреть все песни артиста
Other albums by the artist