Bhikhari Bala - Jagannatha Hey Etiki Karuchi Ali lyrics
Artist:
Bhikhari Bala
album: Mahabahu
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜୀବ ଯିବା ବେଳେ ପାଶେ ହୋଇ ଉଭା
ଜୀବ ଯିବା ବେଳେ ପାଶେ ହୋଇ ଉଭା
ଦିଅ ଶ୍ରୀପୟର ଧୂଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
♪
ହସ୍ତବଦ ଯେବେ ହୋଇବ ଅଚଳ, ଆଖିକି ଦିଶିବ ନାହିଁ
ପ୍ରଭୁ ହେ, ଆଖିକି ଦିଶିବ ନାହିଁ
ଶିଥିଳ ତନୁରେ ଶକତି ଦେବ ହେ
ଶିଥିଳ ତନୁରେ ଶକତି ଦେବ ହେ, ତୁମକୁ ଛୁଇଁବା ପାଇଁ
ପ୍ରଭୁ ହେ ତୁମକୁ ଛୁଇଁବା ପାଇଁ
ଏ ଭବ-ବନ୍ଧନ ଡୋରି କାଟିଦେଲେ...
ଏ ଭବ-ବନ୍ଧନ ଡୋରି କାଟିଦେଲେ ଧରିବି ପାଦ ହୁଣ୍ଡାଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
♪
ଚଞ୍ଚଳ ଏ ମନ ଦିନେ ହେଲେ ତୁମ ମୂରତି ନକଲା ଧ୍ୟାନ
ପ୍ରଭୁ ହେ, ମୂରତି ନ କଲା ଧ୍ୟାନ
ସଂସାର ଗରଳ ନିଶାରେ ପାଗଳ
ସଂସାର ଗରଳ ନିଶାରେ ପାଗଳ
କରିଲ ହେ ଭଗବାନ, କରିଲ ହେ ଭଗବାନ
ଯା' ହେବାର ହେଉ ମୋ ଗୁହାରି ରହୁ
ଯା' ହେବାର ହେଉ ମୋ ଗୁହାରି ରହୁ
ନିଅ ଶ୍ରୀଚରଣେ ତୋଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଜୀବ ଯିବା ବେଳେ ପାଶେ ହୋଇ ଉଭା
ଜୀବ ଯିବା ବେଳେ ପାଶେ ହୋଇ ଉଭା
ଦିଅ ଶ୍ରୀପୟର ଧୂଳି
ଜଗନ୍ନାଥ ହେ, ଏତିକି କରୁଛି ଅଳି
ଏତିକି କରୁଛି ଅଳି
ଏତିକି କରୁଛି ଅଳି
ଏତିକି କରୁଛି...
Поcмотреть все песни артиста
Other albums by the artist