Bhikhari Bala - Bai Mana Ho lyrics
Artist:
Bhikhari Bala
album: Khanjani Bhajan
ବାଇ ମନ ହୋ ବସି ଅବନା ବନ
ବାଇ ମନ ହୋ
ଅବନା ବନିଲେ ଅମିଶା ମିଶିବ
ଅବନା ବନିଲେ ଅମିଶା ମିଶିବ
ଅମାପରେ ମାପ ହେବ ତୋ ଧନ
ବାଇ ମନ ହୋ
ଅବନା ବନିଲେ ଅମିଶା ମିଶିବ
ଅବନା ବନିଲେ ଅମିଶା ମିଶିବ
ଅମାପରେ ମାପ ହେବ ତ ଧନ
ବାଇ ମନ ହୋ
♪
ଅମାସ୍ୟା ନିଶିରେ ଷୋହଳ କଳାଚନ୍ଦ୍ର
ସର୍ବଦା ନିଶିରେ ରବି ଦର୍ଶନ
ଅହର୍ନିଶି ଯହିଁ ପ୍ରଦୀପ ଜଳୁଛି
ଦୀପ ତେଯେ ଅଣଚାଷ ପବନ
ବାଇ ମନ ହୋ
♪
ନିର୍ଝର କନ୍ଦରେ ହଂସ ପହଁରୁଛି
ଅଗାଧ ଜଳେ ହରିଣୀ ଆସନ
ସତେ ଛୁଆ ଘେନି ଖେଳୁଛି ହରିଣୀ
ବାଘ ଆଣି ତାକୁ ଦିଏ ଭଜନ
ବାଇ ମନ ହୋ
♪
ନିଶବଦ ଘରେ ନାମ ସଂକୀର୍ତ୍ତନ
ଶବଦରେ ନାହିଁ ହରି ଭଜନ
ଚାରି ମେଘ ମିଳି ବୃଷ୍ଟି କରୁଛନ୍ତି
ମରୁଡିରେ କୃଷି ହେଲା ଦହନ
ବାଇ ମନ ହୋ
ଅବନା ବନିଲେ ଅମିଶା ମିଶିବ
ଅବନା ବନିଲେ ଅମିଶା ମିଶିବ
ଅମାପରେ ମାପ ହେବ ତୋ ଧନ
ବାଇ ମନ ହୋ
♪
ଶୂନ୍ୟରେ ଶୂନ୍ୟରେ ଦେଉଳ ହୋଇଛି
ଦେଉଳ ଗୋଟିକ ଆପେ ନିର୍ମାଣ
ଭଲା ସେ ବିନ୍ଧାଣି ଗଢ଼ିଅଛି ପୁଣି
ଅମୁହାଁ ଦେଉଳେ ଦିଅଁ ଦର୍ଶନ
ବାଇ ମନ ହୋ
♪
ନିର୍ଧନର ଘର ବୋହିନେଲେ ଚୋର
ଚୋର ଆସି ଦାଣ୍ଡେ କରେ ରୋଦନ
ଧରାହେଲେ ଚୋର ହୁଅନ୍ତା ଅମର
ହଅଇ ଅଚ୍ୟୁତ ମୁଢ ଅଜ୍ଞାନ
ବାଇ ମନ ହୋ
ଅବନା ବନିଲେ ଅମିଶା ମିଶିବ
ଅବନା ବନିଲେ ଅମିଶା ମିଶିବ
ଅମାପରେ ମାପ ହେବ ତ ଧନ
ବାଇ ମନ ହୋ
Поcмотреть все песни артиста
Other albums by the artist