Bhikhari Bala - Aare Mana Mora lyrics
Artist:
Bhikhari Bala
album: Khanjani Bhajan
ଆରେ ମନ ମୋର
ମୁଁ ଯେ କହୁଛି ସ୍ୱରୂପ
ତୋ ଆଗର
ଆରେ ମନ ମୋର
ମୁଁ ଯେ କହୁଛି ସ୍ୱରୂପ
ତୋ ଆଗର
ଆରେ ମନ ମୋର
♪
ଧୁନି ଚାରିପାଖେ ଜ୍ୟୋତି ଘର
ଧବଳ ରୂପକୁ ଲୋ ଏକର
ଯାଉଅଛି ଜୀବ ପରମ ସଙ୍ଗତେ
ଯାଉଅଛି ଜୀବ ପରମ ସଙ୍ଗତେ
ଧବ କରିଣ ସେ ନୀରନ୍ତର
ଆରେ ମନ ମୋର
♪
ଦେଉଳ ଦୁଆରେ ଦିଅଁ ଘର
ଦିଅଁ ପୂଜିବାକୁ ତତପର
ଦେଉଳେ ପଶିଣ, ଲୟରେ ମଜିଲେ
ଦେଉଳେ ପଶିଣ, ଲୟରେ ମଜିଲେ
ଦୃଷ୍ଟିରେ ଦେଖିବୁ ନିରାକାର
ଆରେ ମନ ମୋର
ମୁଁ ଯେ କହୁଛି ସ୍ୱରୂପ
ତୋ ଆଗର
ଆରେ ମନ ମୋର
♪
ତ୍ରିକୂଟ, ତ୍ରିବେଣୀ ତିନି ଧାର
ବହନ୍ତା ନଦୀକି ତଲେକର
ବଙ୍କୁ ନାଳ ପାଣି, ଟେକନ୍ତେ ଉଜାଣି
ବଙ୍କୁ ନାଳ ପାଣି, ଟେକନ୍ତେ ଉଜାଣି
ଉଡି ଯିବ ହଂଶା ଘର ତୋର
ଆରେ ମନ ମୋର
♪
ଧ୍ୟାୟୀ ଗୁରୁ ପଦେ ଆଶ୍ରେ କର
ଫିଟି ଯିବ ଭବ ଭୟ ତୋର
ଭଜି ନ ପାରିଲେ, ପାମର ଅଚ୍ୟୁତ
ଭଜି ନ ପାରିଲେ, ପାମର ଅଚ୍ୟୁତ
ଭଗାରି କରୁଛି ନାର-ଖାର
ଆରେ ମନ ମୋର
ମୁଁ ଯେ କହୁଛି ସ୍ୱରୂପ
ତୋ ଆଗର
ଆରେ ମନ ମୋର
ମୁଁ ଯେ କହୁଛି ସ୍ୱରୂପ
ତୋ ଆଗର
ଆରେ ମନ ମୋର
Поcмотреть все песни артиста
Other albums by the artist