Bhikhari Bala - Thakamana Chala lyrics
Artist:
Bhikhari Bala
album: Aahe Nila Saila
ଥକାମନ ଚାଲ ଯିବା, ଚକାନୟନ ଦେଖିବା
ଥକାମନ ଚାଲ ଯିବା, ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା
ଥକାମନ ଚାଲ ଯିବା, ଚକାନୟନ ଦେଖିବା
♪
ବାଟରେ ବାଟ ମଙ୍ଗଳା, ଦେଖିବା ଅଠରନଳା
ପାଞ୍ଚ ମନ ଏକ ମେଳା, ନରେନ୍ଦ୍ରେ ସ୍ନାନ କରିବା
ଥକାମନ ଚାଲ ଯିବା, ଚକାନୟନ ଦେଖିବା
♪
ପହଞ୍ଚିବା ବଡ଼ଦାଣ୍ଡେ, ସେ ରେଣୁ ପାଇବା ତୁଣ୍ଡ
ଛତା ତଳେ ରହି ଦଣ୍ଡେ, ସାଧୁଙ୍କ ସେବା କରିବା
ଥକାମନ ଚାଲ ଯିବା, ଚକାନୟନ ଦେଖିବା
♪
୨୨ ପାହାଚେ ବିକା ହେଉଛି କୈବଲ୍ୟ ଚୋଖା
ହାଣ୍ଡିକ ପଡ଼େ ସିଉକା ମନ ରଙ୍କା ଛଡ଼ାଇବା
ଥକାମନ ଚାଲ ଯିବା, ଚକାନୟନ ଦେଖିବା
♪
ଗରୁଡ଼ ପଛରେ ଦେଖ, ଦିଶୁଛି କଳା ଶ୍ରୀମୁଖ
ଗରୁଡ଼ ପଛରେ ଦେଖ, ଦିଶୁଛି କଳା ଶ୍ରୀମୁଖ
କହଇ ସାରିଆ ଭିକ ବଳରାମଙ୍କୁ କହିବା
ଥକାମନ ଚାଲ ଯିବା, ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା
ଥକାମନ ଚାଲ ଯିବା, ଚକାନୟନ ଦେଖିବା
ଥକାମନ ଚାଲ ଯିବା, ଚକାନୟନ ଦେଖିବା
Поcмотреть все песни артиста
Other albums by the artist