Bhikhari Bala - Chakanayana Ku lyrics
Artist:
Bhikhari Bala
album: Aahe Nila Saila
ଚକାନୟନକୁ ପତିତ କେହି
ତକାଇ ଖର ନିଶ୍ୱାସ ପକାଇ
ଚକାନୟନକୁ ପତିତ କେହି
ତକାଇ ଖର ନିଶ୍ୱାସ ପକାଇ
ଡ଼କା ପକାଇ ଗରୁଡ଼ ପଛରେ
ବକାରି ମୋ' ଆର୍ତ୍ତ ଶୁଣ ସରେ ହେ
ଧକ୍କା ବାଜୁଛି ମହିମା ହେ
ଧକ୍କା ବାଜୁଛି ମହିମା
ଠକାର କରି କର୍ଣ୍ଣେ ଗିର ନଶୁଣ
କାହିଁକି ବିଚିତ୍ରକର୍ମା ହେ?
କାହିଁକି ବିଚିତ୍ରକର୍ମା?
କରି ହରିଣୀ ଦୌପଦୀ ବିପତ୍ତି
ହରି ହରିଛି ପରା ଡେରି ଶୁତି
ଦରିଦ୍ର ସୁଦାମାକୁ କୋଟିନିଧି
ପରିପୂର୍ଣ୍ଣ ଦେଲ କୃପାବାରିଧି ହେ
ଧରିଯା ମହିମା ଚିତ୍ତେ ହେ
ଧରିଯା ମହିମା ଚିତ୍ତ
ସରିତ ଯାଉଛି ହରି ଥରେ ଆଉ
ନ ଚାହିଁଲ କୃପା ନେତ୍ରେ ହେ
ନ ଚାହିଁଲ କୃପା ନେତ୍ରେ
ଆଜାନୁବାହୁ ମୁଁ ପତିତ ଜଣେ
ଅଜାମିଳୁ ବଳି ସହସ୍ର ଗୁଣେ
ଲଜ୍ଜା ହରି ନ ତାରିଲେ ନିକର
ଧ୍ବଜା ଚକ୍ରରୁ ବହନ ଉତ୍ତାର ହେ
ମଜ୍ଜାରେ ମୁଁ ଏହା ଭାବେ ହେ
ମଜ୍ଜାରେ ମୁଁ ଏହା ଭାବେ
ବଜାଇ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ
ହଜାଇ ଦେଉଛି ଏବେ ହେ
ହଜାଇ ଦେଉଛି ଏବେ
ମାତା-ପିତା ସେବା ମୋର ବିଭଙ୍ଗ
ନୀତି ପ୍ରତି କରେ ଅଶତ ସଙ୍ଗ
ସୀତାରେ ଅବଗା ହେଇନାହିଁ ଦିନେ
ଗୀତା, ଭାଗବତ ନଶୁଣେ କର୍ଣ୍ଣେ ହେ
ପିତାମ୍ବର ଚିତ୍ତ୍ୱେ ଚିନ୍ତି ହେ
ପିତାମ୍ବର ଚିତ୍ତ୍ୱେ ଚିନ୍ତି
କି ତାପ ଚିତ୍ର ଭୁପତୁଁ ଚିରାଇବ
ମୋ ଅନ୍ତ କାଳେ ଜେମନ୍ତି ହେ
ମୋ ଅନ୍ତ କାଳେ ଜେମନ୍ତି
ମନ୍ଦରଧର ନୀଳଗିରିବାସୀ
କନ୍ଦରବାସୀ ପ୍ରାୟ ଅଛ ବସି
ପନ୍ଦର ନେତ୍ର ଧାତା ପୁରନ୍ଦର
ବନ୍ଦନା କରନ୍ତି ଯେଉଁ ପୟର ହେ
ଛନ୍ଦ ଛାଡ଼ ଦେବରାଜେ ହେ
ଛନ୍ଦି ଛାଡ଼ ଦେବରାଜେ
ନନ୍ଦନନ୍ଦନ ଶ୍ରୀ ଚରଣାର ବିନ୍ଦେ
ଚନ୍ଦନ ହଜୁରୀ ଭଜେ ହେ
ଚନ୍ଦନ ହଜୁରୀ ଭଜେ
ଚନ୍ଦନ ହଜୁରୀ ଭଜେ
ଚନ୍ଦନ ହଜୁରୀ ଭଜେ
Поcмотреть все песни артиста
Other albums by the artist