Bhikhari Bala - Dukha Naa Sana Hey lyrics
Artist:
Bhikhari Bala
album: Neeladri Natha
ଦୁଃଖ ନାସନ ହେ
ଦାରୁଣ ନୋହୁତ ତୁହି
ଦୁଃଖ ନାସନ ହେ
ଦାରୁଣ ନୋହୁତ ତୁହି
ଦୟାମୟ ତତେ ଦାରୁଣ କହିବା
ଦୟାମୟ ତତେ ଦାରୁଣ କହିବା
ଉଚିତ ମୋର ନୁହଇ
ଦାରୁଣ ନୋହୁତ ତୁହି
ଦୁଃଖ ନାସନ ହେ
ଦାରୁଣ ନୋହୁତ ତୁହି
ଏଇ ଦୁନିଆଁରେ ତୁହି ଦଣ୍ଡଧାରୀ
ଦୁଃଖ-ସୁଖ ଦାନ କରୁ ତୁ ବିଚାରୀ
ଏଇ ଦୁନିଆଁରେ ତୁହି ଦଣ୍ଡଧାରୀ
ଦୁଃଖ-ସୁଖ ଦାନ କରୁ ତୁ ବିଚାରୀ
ଦୀନବନ୍ଧୁ ନାମ ତୋର ଜଗବନ୍ଧୁ
ଦୀନବନ୍ଧୁ ନାମ ତୋର ଜଗବନ୍ଧୁ
ଦୁଃଖୀ ଟିଏ ପରା ମୁହିଁ
ଦାରୁଣ ନୋହୁତ ତୁହି
ଦୁଃଖ ନାସନ ହେ
ଦାରୁଣ ନୋହୁତ ତୁହି
ଦୁଃଖ ଯା' ଭୋଗୁଛି ନଜାଣୁ କି ତୁହି?
ଦୁର୍ବଳ ଏ ଦେହ, ଏ ମନ ଅଟଇ
ଦୁଃଖ ଯା' ଭୋଗୁଛି ନଜାଣୁ କି ତୁହି?
ଦୁର୍ବଳ ଏ ଦେହ, ଏ ମନ ଅଟଇ
ଦୁନିଆଁର ଦୁଃଖ ନିଆଁରେ ଜଳୁଛି
ଦୁନିଆଁର ଦୁଃଖ ନିଆଁରେ ଜଳୁଛି
ଉଧାର କର ଗୋସାଇଁ
ଦାରୁଣ ନୋହୁତ ତୁହି
ଦୁଃଖ ନାସନ ହେ
ଦାରୁଣ ନୋହୁତ ତୁହି
ଦୟାମୟ ତତେ ଦାରୁଣ କହିବା
ଦୟାମୟ ତତେ ଦାରୁଣ କହିବା
ଉଚିତ ମୋର ନୁହଇ
ଦାରୁଣ ନୋହୁତ ତୁହି
ଦୁଃଖ ନାସନ ହେ
ଦାରୁଣ ନୋହୁତ ତୁହି
ଦୁଃଖ ନାସନ ହେ
ଦାରୁଣ ନୋହୁତ ତୁହି
Поcмотреть все песни артиста
Other albums by the artist