Bhikhari Bala - Shreekhtre Basichhi lyrics
Artist:
Bhikhari Bala
album: Maa Tarinee Dukhha Harini
ଶ୍ରୀକ୍ଷେତ୍ର ରେ ବସିଛି ମୋ କଳା ଠାକୁର
ଘଟଗାଁରେ ବସିଛି ମା ତାରିଣୀ ମୋର
ଶ୍ରୀକ୍ଷେତ୍ର ରେ ବସିଛି ମୋ କଳା ଠାକୁର
ଘଟଗାଁରେ ବସିଛି ମା ତାରିଣୀ ମୋର
ଦୁଃଖ ଆସୁ, ସୁଖ ଆସୁ
ହୋ, ଦୁଃଖ ଆସୁ, ସୁଖ ଆସୁ
କାହାକୁ ଭୟ ମୋ କାହାକୁ ଡ଼ର
ଶ୍ରୀକ୍ଷେତ୍ର ରେ ବସିଛି ମୋ କଳା ଠାକୁର
ଘଟଗାଁରେ ବସିଛି ମା ତାରିଣୀ ମୋର, ମା ତାରିଣୀ ମୋର, ତାରିଣୀ ମୋର
♪
ସବୁ ବିପଦ କୁ ସାହା କାଳିଆ ର ଚଉବାହା
ତାରୁଛି ବୋଲି ତାରିଣୀ ପାଳୁଛି ବୋଲି ସେ ମା
ସବୁ ବିପଦ କୁ ସାହା କାଳିଆ ର ଚଉବାହା
ତାରୁଛି ବୋଲି ତାରିଣୀ ପାଳୁଛି ବୋଲି ସେ ମା
ଶଙ୍ଖ, ଚକ୍ର ଅଢୁଆଳେ ରଖେ କାଳିଆ
ଘଣ୍ଟ ରେ ଘୋଡ଼ାଇ ରଖେ ତାରିଣୀ ମା
ଶଙ୍ଖ, ଚକ୍ର ଅଢୁଆଳେ ରଖେ କାଳିଆ
ଘଣ୍ଟ ରେ ଘୋଡ଼ାଇ ରଖେ ତାରିଣୀ ମା
ଭଲ ଆସୁ, ମନ୍ଦ ଆସୁ
ଭଲ ଆସୁ, ମନ୍ଦ ଆସୁ
କାହାକୁ ଭୟ ମୋ କାହାକୁ ଡ଼ର
ଶ୍ରୀକ୍ଷେତ୍ର ରେ ବସିଛି ମୋ କଳା ଠାକୁର
ଘଟଗାଁରେ ବସିଛି ମା ତାରିଣୀ ମୋର, ମା ତାରିଣୀ ମୋର, ତାରିଣୀ ମୋର
♪
ପେଟ ଚାଖଣ୍ଡେ କୁ ମୋର ଷାଠିଏ ପଉଟି ଅଛି
ଶୋଷ ମେଣ୍ଟିବାକୁ ମୋର ନଡ଼ିଆ ପାଣି ଝରୁଛି
ପେଟ ଚାଖଣ୍ଡେ କୁ ମୋର ଷାଠିଏ ପଉଟି ଅଛି
ଶୋଷ ମେଣ୍ଟିବାକୁ ମୋର ନଡ଼ିଆ ପାଣି ଝରୁଛି
ପତିତପାବନ ବୋଲି ବାନା ଉଡୁଛି
ସଙ୍କଟ ତାରିଣୀ ବୋଲି ହୁରି ପଡୁଛି
ପତିତପାବନ ବୋଲି ବାନା ଉଡୁଛି
ସଙ୍କଟ ତାରିଣୀ ବୋଲି ହୁରି ପଡୁଛି
ଦୁଃଖ ଆସୁ, ସୁଖ ଆସୁ
ହୋ, ଦୁଃଖ ଆସୁ, ସୁଖ ଆସୁ
କାହାକୁ ଭୟ ମୋ କାହାକୁ ଡ଼ର
ଶ୍ରୀକ୍ଷେତ୍ର ରେ ବସିଛି ମୋ କଳା ଠାକୁର
ଘଟଗାଁରେ ବସିଛି ମା ତାରିଣୀ ମୋର
ଶ୍ରୀକ୍ଷେତ୍ର ରେ ବସିଛି ମୋ କଳା ଠାକୁର
ଘଟଗାଁରେ ବସିଛି ମା ତାରିଣୀ ମୋର
ଦୁଃଖ ଆସୁ, ସୁଖ ଆସୁ
ହୋ, ଦୁଃଖ ଆସୁ, ସୁଖ ଆସୁ
କାହାକୁ ଭୟ ମୋ କାହାକୁ ଡ଼ର
ଶ୍ରୀକ୍ଷେତ୍ର ରେ ବସିଛି ମୋ କଳା ଠାକୁର
ଘଟଗାଁରେ ବସିଛି ମା ତାରିଣୀ ମୋର, ମା ତାରିଣୀ ମୋର, ଘଟଗାଁରେ ବସିଛି ମା ତାରିଣୀ ମୋର
Поcмотреть все песни артиста
Other albums by the artist