Bhikhari Bala - Ae Para Grirtolia lyrics
Artist:
Bhikhari Bala
album: Giri Tolia
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ବ୍ରଜ କାମିନୀଙ୍କ ଭାବ-ଭୋଳିଆ
ବ୍ରଜ କାମିନୀଙ୍କ ଭାବ-ଭୋଳିଆ
କାଳିଆ ବଳିଆ, ବରଜ ଧୁଳିଆ
କାଳିଆ ବଳିଆ, ବରଜ ଧୁଳିଆ
ଦୃଷ୍ଟି ଅଗ୍ରେ ପରା ମାରନ୍ତି ଡ଼ିଆଁ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
♪
ଏହି ପରା ବନମାଳିଆ
ଏହି ଯେ ଯମୁନା କୂଳିଆ
ଏହି ପରା ବନମାଳିଆ
ଏହି ଯେ ଯମୁନା କୂଳିଆ
ଏହି ନିପ ମୂଳେ ଛିଡ଼ା ହୋଇଥିଲେ
ଏହି ନିପ ମୂଳେ ଛିଡ଼ା ହୋଇଥିଲେ
ବଙ୍କା ହୋଇଥିଲା ଶିଖି ଚୁଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
♪
ଏହିତ କଦମ୍ବ ମୁଳିଆ
ଏହି ପରା ତନୁ କାଳିଆ
ଏହିତ କଦମ୍ବ ମୁଳିଆ
ଏହି ପରା ତନୁ କାଳିଆ
ଏହି ପରା ଷୋଳଶସ୍ର ଗୋପୀ ଧରି
ଏହି ପରା ଷୋଳଶସ୍ର ଗୋପୀ ଧରି
କୃଷ୍ଣ ଭାନୁ ସୂତା ଗଳା-ମାଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
♪
କହି ଅଭିରାମ ଧୁଳିଆ
ବାରମ୍ବାର ମାରୁଛି ଡିଆଁ
କହି ଅଭିରାମ ଧୁଳିଆ
ବାରମ୍ବାର ମାରୁଛି ଡିଆଁ
ବାର ଭେଦି ଯଦି ତେରକୁ ଆସିବ
ବାର ଭେଦି ଯଦି ତେରକୁ ଆସିବ
ଛନ୍ଦା ହେଇଯିବ ଗୁଞ୍ଜ ମାଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ବ୍ରଜ କାମିନୀଙ୍କ ଭାବ ଭୋଳିଆ
ବ୍ରଜ କାମିନୀଙ୍କ ଭାବ ଭୋଳିଆ
କାଳିଆ ବଳିଆ, ବରଜ ଧୁଳିଆ
କାଳିଆ ବଳିଆ, ବରଜ ଧୁଳିଆ
ଦୃଷ୍ଟି ଅଗ୍ରେ ପରା ମାରନ୍ତି ଡ଼ିଆଁ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
Поcмотреть все песни артиста
Other albums by the artist