Bhikhari Bala - Kali Juga Helesesha lyrics
Artist:
Bhikhari Bala
album: Bhabisya Malika
କଳିଯୁଗ ହେଲେ ଶେଷ
ହୋଇବ ମ୍ଲେଚ୍ଛ ସଂହାର
ମାଳିକା ବଚନ ମହାତ୍ମାଙ୍କ ଚିହ୍ନ
ଟଳିବ କି ମହି ହେଲେ ଦିଫାଳ?
ହାଡିଆ ଗାର ଅଚ୍ୟୁତ ଠାର, ପ୍ରଭୁ ହେବେ କଳ୍କୀ ଅବତାର
ହାଡିଆ ଗାର ଅଚ୍ୟୁତ ଠାର ପ୍ରଭୁ ହେବେ କଳ୍କୀ ଅବତାର
ହାଡିଆ ଗାର ଅଚ୍ୟୁତ ଠାର
♪
ମହୁରା ଗ୍ରାମରେ ବଟକିଶୋରରେ
ପ୍ରଭୁ ଜନ୍ମ ସତ୍ୟବତୀ ଗର୍ଭର
କାମ କାଳ ଜନ୍ମ କର୍ଣାଟ ଦେଶରେ, ପଟବକ୍ଷ ରାଜା ପଦ୍ମକିଶୋର
ମାଗିଛି ବର ତପସ୍ୟା ଘର, ଦେଖିବ ନେତ୍ରେ କଳ୍କୀ ଅବତାର
ମାଗିଛି ବର ତପସ୍ୟା ଘର, ଦେଖିବ ନେତ୍ରେ କଳ୍କୀ ଅବତାର
ମାଗିଛି ବର ତପସ୍ୟା ଘର
♪
କଳି ଶେଷବେଳେ ଚେତା ନ ରହିବ
ଶାଶୁକୁ ବଧୂ କରିବେ ଧିକାର
ଗେରସ୍ତକୁ ନାରୀ ପାଦେ ଖଟାଇବେ
ବୋଲିବେ ତୁ ଆମ୍ଭ କିଣା ଚାକର
ପଟୁ ହାସାର ସ୍ବାମୀ ଦେବର, ମତଭେଦ ହେବ ଗୁରୁ ଶିଷ୍ୟର
ପଟୁ ହାସାର ସ୍ବାମୀ ଦେବର, ମତଭେଦ ହେବ ଗୁରୁ ଶିଷ୍ୟର
ପଟୁ ହାସାର ସ୍ବାମୀ ଦେବର
♪
କଇବଲ୍ୟ ହାଟ ଲାଗିବ ପ୍ରକଟ, ତହୁଁ ଯିବେ ପ୍ରଭୁ ଲଳିତ ଗିର
ନଙ୍ଗୁଳୀ ମଠରେ ଭକତ ପେଣ୍ଠରେ, ମେଳ ହେବେ ଯାଇ ଓଳାଶୁଣିର
ଗୁମ୍ଫା ମଧ୍ୟର ଗିରି ଶିଖର, ଅରକ୍ଷିତ ଦାସ ଅଛି ସେଠାର
ଗୁମ୍ଫା ମଧ୍ୟର ଗିରି ଶିଖର, ଅରକ୍ଷିତ ଦାସ ଅଛି ସେଠାର
ଗୁମ୍ଫା ମଧ୍ୟର ଗିରି ଶିଖର
♪
କାଳିଆ ବଦାରେ ଅଳିଆ ମେଣ୍ଟିବ, ଯୋବର ଘାଇକି ହେତୁରେ ଧର
ବିହନ ରହିବେ ବାଳୁଙ୍ଗା ମରିବେ
ପରୀକ୍ଷା କରିବେ ଦେବୀ ଖର୍କର
ମେଷ ପ୍ରକାର ଛିଡିବ ଶିର, କାଠ ମାଳିଆଙ୍କୁ ଖଡ୍ଗ ପ୍ରହାର
ମେଷ ପ୍ରକାର ଛିଡିବ ଶିର, କାଠ ମାଳିଆଙ୍କୁ ଖଡ୍ଗ ପ୍ରହାର
ମେଷ ପ୍ରକାର ଛିଡିବ ଶିର
♪
ସ୍ୱର୍ଣ୍ଣ ପ୍ରସଭିନି ଆମ୍ଭ ଜନ୍ମଭୂମି, ସନ୍ତାନ ଅଟୁ ଆମ୍ଭେ ତାହାଙ୍କର
ପ୍ରଭୁ ପାଦ ଥାଇ ମାଗ ସର୍ବେ ତ୍ରାହି, ହିତ ଦିଅ ନୀଳଗିରି କନ୍ଦର
ସବୁ ହୁନ୍ଦର ଅଟେ ତାଙ୍କର, ଅଚ୍ୟୁତ ଶରଣ ସେହି ପୟର
ସବୁ ହୁନ୍ଦର ଅଟେ ତାଙ୍କର, ଅଚ୍ୟୁତ ଶରଣ ସେହି ପୟର
ସବୁ ହୁନ୍ଦର ଅଟେ ତାଙ୍କର, ଅଚ୍ୟୁତ ଶରଣ ସେହି ପୟର
ସବୁ ହୁନ୍ଦର ଅଟେ ତାଙ୍କର, ଅଚ୍ୟୁତ ଶରଣ ସେହି ପୟର
ସବୁ ହୁନ୍ଦର ଅଟେ ତାଙ୍କର, ଅଚ୍ୟୁତ ଶରଣ ସେହି ପୟର
ସବୁ ହୁନ୍ଦର ଅଟେ ତାଙ୍କର
Поcмотреть все песни артиста
Other albums by the artist