Bhikhari Bala - Tume Para Bada lyrics
Artist:
Bhikhari Bala
album: Bada Deula
ତୁମେ ପରା ବଡ଼ ଠାକୁର, ତୁମେ ଜଗତ ନାହା
ତୁମବିନା ଏଇ ଜଗତେ, ମୋର କେ ଅଛି ସାହା
ତୁମେ ପରା ବଡ଼ ଠାକୁର, ତୁମେ ଜଗତ ନାହା
ତୁମବିନା ଏଇ ଜଗତେ, ମୋର କେ ଅଛି ସାହା
♪
କଳା ଚକାଡୋଳା ଦୁଇଟି ତୁମ କେଡ଼େ ସୁନ୍ଦର?
ତୁମ ରୂପ ନାଚେ ନୟନେ, ତୁମେ ଜଗତେ ସାର
କଳା ଚକାଡୋଳା ଦୁଇଟି ତୁମ କେଡ଼େ ସୁନ୍ଦର?
ତୁମ ରୂପ ନାଚେ ନୟନେ, ତୁମେ ଜଗତେ ସାର
ବଡ଼ଭାଇ ତୁମ ବଳିଆ ଆହା କେଡ଼େ ଡ଼ଉଲ
ସୁଭଦ୍ରା ଭଉଣୀ ସାଥୀରେ କିଏ ହୋଇବ ତୁଲ
ଭାଇ ଭଉଣୀ ହେ, ବସିଛ ତିନିହେଁ
ଭାଇ ଭଉଣୀ ହେ, ବସିଛ ତିନିହେଁ
ଜଗତର ହିତେ ଆହା
ବଡ଼ପଣ, ବଡ଼ ନାଁ
ବଡ଼ପଣ, ବଡ଼ ନାଁ
ବଡ଼ପଣ, ବଡ଼ ନାଁ
♪
ବଡ଼ଦେଉଳରେ ବସିଛ କୁହ କାହାକୁ ଚାହିଁ?
ବାଇଶି ପାହାଚେ ବସିଚି ମୁହିଁ ତୋତେ ଅନାଇ
ବଡ଼ଦେଉଳରେ ବସିଛ କୁହ କାହାକୁ ଚାହିଁ?
ବାଇଶି ପାହାଚେ ବସିଚି ମୁହିଁ ତୋତେ ଅନାଇ
ମୋ ପାଇଁ କାଣିକେ କରୁଣା ଦେବ ବଡ଼ ଠାକୁର
ଦିବାନିଶି ତୁମ ଚରଣେ ମୁହିଁ କରେ ଜୁହାର
ଗୁହାରୀ କରୁଛି ଜଗତ ଠାକୁର, ଗୁହାରୀ କରୁଛି ଜଗତ ଠାକୁର
ଏତିକି କରିବ ଦୟା
ଗାଉଥିବି ତୁମ ନାଁ
ଗାଉଥିବି ତୁମ ନାଁ
ଗାଉଥିବି ତୁମ ନାଁ
ତୁମେ ପରା ବଡ଼ ଠାକୁର, ତୁମେ ଜଗତ ନାହା
ତୁମବିନା ଏଇ ଜଗତେ, ମୋର କେ ଅଛି ସାହା
ତୁମେ ପରା ବଡ଼ ଠାକୁର, ତୁମେ ଜଗତ ନାହା
ତୁମବିନା ଏଇ ଜଗତେ, ମୋର କେ ଅଛି ସାହା, ମୋର କେ ଅଛି ସାହା, ମୋର କେ ଅଛି ସାହା
Поcмотреть все песни артиста
Other albums by the artist