Bhikhari Bala - Chahin Din Gala lyrics
Artist:
Bhikhari Bala
album: Bada Deula
ଚାହିଁ-ଚାହିଁ ଦିନ ଗଲା
ରେ ଚକାଡୋଳା, ଚାହିଁ-ଚାହିଁ ଦିନ ଗଲା
ରେ ଚକାଡୋଳା, ଚାହିଁ-ଚାହିଁ ଦିନ ଗଲା
ତତେ କରି ଆଶା ହେଲି ଲୋକହସା
ତତେ କରି ଆଶା ହେଲି ଲୋକହସା
ଦୁଃଖ ମୋର ନସରିଲା ରେ ଚକାଡୋଳା
ଚାହିଁ-ଚାହିଁ ଦିନ ଗଲା
ରେ ଚକାଡୋଳା, ଚାହିଁ-ଚାହିଁ ଦିନ ଗଲା
♪
ନୀଳାଚଳେ ତତେ ଦେଖିବା ପାଇଁକି
ଚାଲି-ଚାଲି ପାଦ ଯାଇଛି ମୋ ଥକି
ନୀଳାଚଳେ ତତେ ଦେଖିବା ପାଇଁକି
ଚାଲି-ଚାଲି ପାଦ ଯାଇଛି ମୋ ଥକି
ବାଟ ଚାଲିବାର ମୂଲ ମିଳିଯାଉ
ବାଟ ଚାଲିବାର ମୂଲ ମିଳିଯାଉ
ହାଟ ମୋ ସରି ଆସିଲା ରେ ଚକାଡୋଳା
ଚାହିଁ-ଚାହିଁ ଦିନ ଗଲା
ରେ ଚକାଡୋଳା, ଚାହିଁ-ଚାହିଁ ଦିନ ଗଲା
♪
ମୁଁ ଯାହା ମାଗିବି ତତେ ସବୁ ଜଣା
କରୁଣାରୁ ତୋର କରିବୁନି ଉଣା
ମୁଁ ଯାହା ମାଗିବି ତତେ ସବୁ ଜଣା
କରୁଣାରୁ ତୋର କରିବୁନି ଉଣା
ଭକତଙ୍କ ପାଇଁ ଦେଉଳ ଦୁଆର
ଭକତଙ୍କ ପାଇଁ ଦେଉଳ ଦୁଆର
କରିଛୁ ପରା ତୁ ଖୋଲା ରେ ଚକାଡୋଳା
ଚାହିଁ-ଚାହିଁ ଦିନ ଗଲା
ରେ ଚକାଡୋଳା, ଚାହିଁ-ଚାହିଁ ଦିନ ଗଲା
♪
ମୋ ଦୁଃଖ ଗଞ୍ଜଣା ନବୁଝିବୁ ଯେବେ
କାହାକୁ ଆଉ ମୁଁ ଜଣାଇବି ତେବେ
ମୋ ଦୁଃଖ ଗଞ୍ଜଣା ନବୁଝିବୁ ଯେବେ
କାହାକୁ ଆଉ ମୁଁ ଜଣାଇବି ତେବେ
ମନା କରିଦେଲେ ଫେରିଯିବି ମୁଁହି
ମନା କରିଦେଲେ ଫେରିଯିବି ମୁଁହି
ଭାବିବି କପାଳେ ଥିଲା ରେ ଚକାଡୋଳା
ଚାହିଁ-ଚାହିଁ ଦିନ ଗଲା
ରେ ଚକାଡୋଳା, ଚାହିଁ-ଚାହିଁ ଦିନ ଗଲା
ତତେ କରି ଆଶା ହେଲି ଲୋକହସା
ତତେ କରି ଆଶା ହେଲି ଲୋକହସା
ଦୁଃଖ ମୋର ନସରିଲା ରେ ଚକାଡୋଳା
ଚାହିଁ-ଚାହିଁ ଦିନ ଗଲା
ରେ ଚକାଡୋଳା, ଚାହିଁ-ଚାହିଁ ଦିନ ଗଲା
ରେ ଚକାଡୋଳା, ଚାହିଁ-ଚାହିଁ ଦିନ ଗଲା
ରେ ଚକାଡୋଳା...
Поcмотреть все песни артиста
Other albums by the artist