Anjali Mishra - Re Sakhi- Dekhidele lyrics
Artist:
Anjali Mishra
album: Chaka Akhi
ରେ ମନ, ଅଳିକ ଏ ଦୁନିଆଁରେ
କାହିଁକି ଏ ଦମ୍ଭ ତୋର?
ଫେରିଯିବୁ ଏକା ହୋଇ
ଖେଳ ସାରି ଦି ଦିନର
♪
ଆସିଛୁ ରେ ମନ କୁଣିଆ ଘର
ଅଢେଇ ଦିନକୁ ବନ୍ଧୁ ବେଭାର
ହୋ, ସବୁ ଦିନ ପାଇଁ କହ
ସବୁ ଦିନ ପାଇଁ କହ କିଏ କାହାର
ସେଇ ଏକା ଜଣେ ତୋର ସୁଖ ଦୁଃଖର
ହୋ, ସେଇ ଏକା ଜଣେ ତୋର ସୁଖ ଦୁଃଖର
♪
ସାଗା-ପାନିଧା-ପାନିଧା-ପାନିପା-ମାଗାଧା-ଗାପାମା-ରେମାଗା
ମାଗା-ରେସା-ନିରେ-ସାଗା-ରେମା-ଗାପା-ମାରେ
ହୋ, ଏ ଦେହ ତୋର ଢ଼ଳ-ଢ଼ଳ-ଢ଼ଳ
ପଦ୍ମ ପତ୍ରେ ଜଳ
ହୋ, ଏ ଦେହ ତୋର
ଏ ଦେହ ତୋର ଢ଼ଳ-ଢ଼ଳ-ଢ଼ଳ
ପଦ୍ମ ପତ୍ରେ ଜଳ
ତୁ ଅଥୟ ବିନ୍ଦୁ
ସେ ଅଭୟ ସିନ୍ଧୁ
ହୋ, ବଡ଼ ବେଦରଦୀ ଏଇ
ବଡ଼ ବେଦରଦୀ ଏଇ ମାୟା ସଂସାର
ସେଇ ଏକା ଜଣେ ସାର, ସବୁ ଅସାର
ହୋ, ସେଇ ଏକା ଜଣେ ସାର, ସବୁ ଅସାର
♪
ଏ ଘର ତୋର ଟଳମଳ ଆହା
ଭବସାଗରେ ନାଆଁ
ହୋ, ଏ ଘର ତୋର
ଏ ଘର ତୋର ଟଳମଳ ଆହା
ଭବସାଗରେ ନାଆଁ
ବାଆ ବତାସ ପଥେ
ସେ ନାଉରୀ ସାଥେ
ହୋ, ଅନ୍ଧକାରେ ବନ୍ଧନର
ଅନ୍ଧକାରେ ବନ୍ଧନର ରଙ୍ଗ ଜୁଆର
ଭଜ ମନ ପୁଣ୍ୟବ୍ରହ୍ମ, ହେବୁ ଉଦ୍ଧାର
ହୋ, ଭଜ ମନ ପୁଣ୍ୟବ୍ରହ୍ମ, ହେବୁ ଉଦ୍ଧାର
ଆସିଛୁ ରେ ମନ କୁଣିଆ ଘର
ଅଢେଇ ଦିନକୁ ବନ୍ଧୁ ବେଭାର
Поcмотреть все песни артиста
Other albums by the artist