Kuldeep Pattanaik - To Hrudaya lyrics
Artist:
Kuldeep Pattanaik
album: To Hrudaya
ଦୁନିଆଁ ନୂଆ-ନୂଆ ଲାଗୁଛି ମତେ, ଲାଗୁଛି ମତେ
କହି ମୁଁ ପାରୁନି କାହିଁକି ତତେ? କାହିଁକି ତତେ?
ଦୁନିଆଁ ନୂଆ-ନୂଆ ଲାଗୁଛି ମତେ, ଲାଗୁଛି ମତେ
କହି ମୁଁ ପାରୁନି କାହିଁକି ତତେ? କାହିଁକି ତତେ?
କାଇଁ ଏଇ ନିରବତା
ଲେଖି ଦେଇ ଏତେ କଥା
ତୋ ହୃଦୟକୁ ଡ଼ାକି ନିଏରେ
ପ୍ରେମ ଯେବେ ହେଇଯାଏରେ, ହେଇଯାଏରେ
ମୁଁ ତୋ ଭିତରେ ହଜିଯାଏରେ, ହଜିଯାଏରେ
ହୃଦୟରେ ତୋ କାହାଣୀ ଲେଖୁଛି ଯେତେ
ସ୍ବପ୍ନ ସାଥେ ସମ୍ଭାବନା ମିଶୁଛି ସେତେ
ମୋ ହାତରେ ଅଙ୍କାବଙ୍କା ତୋ ଭାଗ୍ୟରେଖା
କେତେ ଆଉ କରିବି ମୁଁ ତତେ ଅପେକ୍ଷା
ଅଧା ରଙ୍ଗ, ଅଧା ମନ, ତତେ ଭିଯାଏ
ଚୁନା ଚୁନା ସପନଟା ରଙ୍ଗେଇ ହୁଏ
ଆଖିର ଗଭୀରତା, କହିଦିଏ କେତେ କଥା
ତୋ ହୃଦୟକୁ ଡ଼ାକି ନିଏରେ
ପ୍ରେମ ଯେବେ ହେଇଯାଏରେ, ହେଇଯାଏରେ
ମୁଁ ତୋ ଭିତରେ ହଜିଯାଏରେ, ହଜିଯାଏରେ
ତୋ ସାଥିରେ ଚାଲୁଥାଏ ମୋ ଦେହ ଛାଇ
ତତେ ମୋ ମନକଥା ଦିଏ ବୁଝେଇ
ତତେ ଟିକେ ନ ଦେଖିଲେ ମନ ବୁଝେନା
ହେଇଯାଏ ନିଜ ପାଖେ ନିଜେ ଅଜଣା
ଭିଜା-ଭିଜା ତୋ ଆଖି କରୁଛି ଇଶାରା
ଭୁଲି ମୁଁ ପାରୁନି କାଇଁ ଏଇ ତୋ ଚେହେରା
ମିଠା-ମିଠା ତୋ କଥା, ଆଉ ତୋ ନିରବତା
ତୋ ହୃଦୟକୁ ଡ଼ାକି ନିଏରେ
ଏ ପ୍ରେମ ଯେବେ ହେଇଯାଏରେ, ହେଇଯାଏରେ
ମୁଁ ତୋ ଭିତରେ ହଜିଯାଏରେ, ହଜିଯାଏରେ
ଏ ପ୍ରେମ ଯେବେ ହେଇଯାଏରେ, ହେଇଯାଏରେ
ମୁଁ ତୋ ଭିତରେ ହଜିଯାଏରେ, ହଜିଯାଏରେ
Поcмотреть все песни артиста
Other albums by the artist