Humane Sagar - Tame Ta Khali Mora lyrics
Artist:
Humane Sagar
album: Tame Ta Khali Mora
ସମ୍ମାନ ତୁମ ପାଇଁ ବଢ଼ିଯାଏ ଥରକୁ ଥର
ପ୍ରଶଂସା ପ୍ରତିଟି ସ୍ପର୍ଶର ମୋହିଦିଏ ମନକୁ ମୋର
ସମ୍ମାନ ତୁମ ପାଇଁ ବଢ଼ିଯାଏ ଥରକୁ ଥର
ପ୍ରଶଂସା ପ୍ରତିଟି ସ୍ପର୍ଶର ମୋହିଦିଏ ମନକୁ ମୋର
କଥା କହିଲେ ଉଠେ ଜୁଆର
ହଁ ଥରିଯାଏ ନୀଳ ସାଗର
ବଗିଚାର ଫୁଲ ତୁମେ ମୁଁ ତୁମ ଭଅଁର
ତମେ ତ, ତମେ ତ, ତମେ ତ ଖାଲି ମୋର
ମୁଁ ଏକା ତୁମର, ତମେ ଖାଲି ମୋର
ହଁ, ତମେ ତ ଖାଲି ମୋର
ମୁଁ ଏକା ତୁମର, ତମେ ଖାଲି ମୋର
ଚନ୍ଦ୍ର ରାଇଜର ଚାନ୍ଦିନୀ ତମେ ଚନ୍ଦନ ଚନ୍ଦ୍ରମୁଖୀ
ତମ ପାଖେ ହାରିଯିବେ ସରଗର ସବୁ ସଖୀ
ହଁ ଆଜି ଏ ଦୁନିଆଁ କହୁଛି ମତେ ତୁମେ ରାମ ମୁଁ ସୀତା
ଯୁଗେଯୁଗେ, ଜନ୍ମେଜନ୍ମେ ତୁମେ ମନର ଦେବତା
ସୁରକ୍ଷା ଦଉଥିବି ବାଜି ରଖି ଜୀବନ ମୋର
ସାକ୍ଷୀ ସୂର୍ଯ୍ୟ, ଚନ୍ଦ୍ର, ତାରା ଛାଡ଼ିବିନି ହାତ ତୁମର
ମନ କହିଲା ପ୍ରେମ ଆମର
ହଁ ସବୁ ଲାଗେ ଏତେ ସୁନ୍ଦର
ପଡ଼ିଲା ତୁମ ନଜର ବଦଳିଲା ବିଚାର
ତମେ ତ, ତମେ ତ, ହଁ ତମେ ତ ଖାଲି ମୋର
ମୁଁ ଏକା ତୁମର, ତମେ ଖାଲି ମୋର
ତମେ ତ ଖାଲି ମୋର
ମୁଁ ଏକା ତୁମର, ତମେ ଖାଲି ମୋର
ତୁମ ବ୍ୟବହାର ଦୁର୍ଲଭ ରତ୍ନ ସବୁକିଛି ପାଇଗଲି
ଯାହା ସବୁ ଥିଲା ମୋର ତୁମ ନାମେ ଲେଖିଦେଲି
ହୋ ରୂପ ରାଇଜରେ ପଡ଼ିଛି ଚର୍ଚ୍ଚା ତୁମ ସୌନ୍ଦର୍ଯ୍ୟକୁ ନେଇ
ତୁମ ରୂପ, ତୁମ ଗୁଣ ସହି ପାରନ୍ତିନି କେହି
ନିର୍ଜୀବ ମୁଁ ଥିଲି ତମେ ଆସି ସଜୀବ କଲ
ହାଏ କୃତଜ୍ଞ ତୁମରି ନିକଟେ ମତେ ନୂଆ ଜୀବନ ଦେଲ
ଚାହିଁ ରହିଛି ଦେବି ଏଥର
ସେ ଉପହାର, ପ୍ରେମ ସିନ୍ଦୂର
ପାଇଲି ତୁମ ସ୍ଵୀକୃତି ଦୂର ହେଲା ଅନ୍ଧାର
ତମେ ତ, ତମେ ତ, ତମେ ତ ଖାଲି ମୋର
ମୁଁ ଏକା ତୁମର, ତମେ ଖାଲି ମୋର
ତମେ ତ ଖାଲି ମୋର
ମୁଁ ଏକା ତୁମର, ତମେ ଖାଲି ମୋର
ମୁଁ ଏକା ତୁମର, ତମେ ଖାଲି ମୋର
ହଁ, ମୁଁ ଏକା ତୁମର, ତମେ ଖାଲି ମୋର
Поcмотреть все песни артиста
Other albums by the artist