Kishore Kumar Hits

R. S. Kumar - Akasharu Taraa Tiye lyrics

Artist: R. S. Kumar

album: Mo Hrudaya


ଆକାଶରୁ ତାରାଟିଏ...
ଆକାଶରୁ ତାରାଟିଏ ଖସିଲା ବେଳେ
ମାଗିନେଲି-ମାଗିନେଲି ତତେ ମୋ ପାଇଁ
ଓ, ମାଗିନେଲି-ମାଗିନେଲି ତତେ ମୋ ପାଇଁ
ତୁ ଏକା ମୋର, ସବୁ ଦିନ ପାଇଁ
ତୁ ଏକା ମୋର, ସବୁ ଦିନ ପାଇଁ
ତୋ ବିନା ଏ ଜୀବନରେ ଆଉ କେହି ନାହିଁ
ମାଗିନେଲି-ମାଗିନେଲି ତତେ ମୋ ପାଇଁ
ଓ, ମାଗିନେଲି-ମାଗିନେଲି ତତେ ମୋ ପାଇଁ

ପଲକରେ ତତେ ଲୁଚେଇ ଦେଲି
ଆଉ କା' ନଜର ପଡ଼ିବ ନାହିଁ
ପାପୁଲିରେ ତତେ ରଖିଲି ଧରି
ଭାଗ୍ୟରେଖା ମୋର ଗଲୁ ତୁ ହେଇ
ଦେଉଳରେ ଦୀପଟିଏ ଜାଳିଲା ବେଳେ
ମାଗିନେଲି-ମାଗିନେଲି ତତେ ମୋ ପାଇଁ
ହୋ, ମାଗିନେଲି-ମାଗିନେଲି ତତେ ମୋ ପାଇଁ

ନିଜରଠୁ ତୁ ତ ନିଜର ଏତେ
ତୋ ବିନା ଆଉ କେ' ଲାଗେନା ଭଲ
ଶହେ ଜନ୍ମ ତତେ ସାଥିଟେ କରି
ଭଲଠାରୁ ବେଶୀ ପାଇବି ଭଲ
ପ୍ରଜାପତି ଫୁଲ ସାଥେ...
ପ୍ରଜାପତି ଫୁଲ ସାଥେ ଗପିଲା ବେଳେ
ମାଗିନେଲି-ମାଗିନେଲି ତତେ ମୋ ପାଇଁ
ଓ, ମାଗିନେଲି-ମାଗିନେଲି ତତେ ମୋ ପାଇଁ
ତୁ ଏକା ମୋର, ସବୁ ଦିନ ପାଇଁ
ତୁ ଏକା ମୋର, ସବୁ ଦିନ ପାଇଁ
ତୋ ବିନା ଏ ଜୀବନରେ ଆଉ କେହି ନାହିଁ
ମାଗିନେଲି-ମାଗିନେଲି ତତେ ମୋ ପାଇଁ
ହୋ, ମାଗିନେଲି-ମାଗିନେଲି ତତେ ମୋ ପାଇଁ

Поcмотреть все песни артиста

Other albums by the artist

Similar artists