ନାହିଁ ମୋ ପାଦେ ଆଜି ନୂପୁର
ରୁମ୍-ଝୁମ୍ ଶୁଭେ ଏ କାହା ସୁର?
ନାହିଁ ମୋ ପାଦେ ଆଜି ନୂପୁର
ରୁମ୍-ଝୁମ୍ ଶୁଭେ ଏ କାହା ସୁର?
ଜାଣେନା କେ କଲା କିମିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ
♪
ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି
ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି
ମୁଁ ପିନ୍ଧିନି ମଥାରେ ସେ ଚାନ୍ଦର ଟିକିଲି
ତଥାପି ଚାନ୍ଦ ପରି ମୁଁ ଦିଶେ ଝିଲିମିଲି
ମୋ ନିଜ ଛବି ଦେଖି, ଓ
ମୋ ନିଜ ଛବି ଦେଖି, ପଚାରେ ନିଜେ ଆଜି
କରିଛି କେ ମତେ କିମିଆଁ?
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ
♪
ମୁଁ କହିନି ତାରାକୁ ମୋ ମନ କଥା ଖୋଲି
ଏ ତାରା ସେ ତାରାକୁ ହାଏ କହିଦେବ ବୋଲି
ମୁଁ କହିନି ତାରାକୁ ମୋ ମନ କଥା ଖୋଲି
ଏ ତାରା ସେ ତାରାକୁ ହାଏ କହିଦେବ ବୋଲି
ସେ ତାରା କହେ ହସି, ଓ
ସେ ତାରା କହେ ହସି, "ମୁଁ ମାନିନୀ ରୂପସୀ"
ତୁହି ତ କରିଛୁ କିମିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ
ନାହିଁ ମୋ ପାଦେ ଆଜି ନୂପୁର
ରୁମ୍-ଝୁମ୍ ଶୁଭେ ଏ କାହା ସୁର?
ଜାଣେନା କେ କଲା କିମିଆଁ
ନାଚେ ସାରା ଦୁନିଆଁ
ନାଚେ ସାରା ଦୁନିଆଁ
Поcмотреть все песни артиста
Other albums by the artist