Akshaya Mohanty - Jaatume Nanda Kanhai lyrics
Artist:
Akshaya Mohanty
album: Kene Gheni Jaucha-Salabega Bhajan
ଯାଅ ତୁମେ ନନ୍ଦ କହ୍ନାଇ
ମୋ ନାମେ ମୁରଲୀ ବାଇବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
ମୋ ନାମେ ମୁରଲୀ ବାଇବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
ଯାଅ ତୁମେ ନନ୍ଦ କହ୍ନାଇ
♪
ଶିରରେ ତୁମ୍ଭର ମୟୂର ପୁଚ୍ଛା
ବାମେ ଆଉ ଯାଇ ବାନ୍ଧିବ ନାହିଁ
ବାମେ ଆଉ ଯାଇ ବାନ୍ଧିବ ଯେମନ୍ତେ
ପୁଞ୍ଜା-ପୁଞ୍ଜା, ମଲ୍ଲି ଖଞ୍ଜିବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
ମୋ ନାମେ ମୁରଲୀ ବାଇବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
♪
କଟିରେ ତୁମ୍ଭର କ୍ଷୁଦ୍ର ଘଣ୍ଟିକା
ବେଗ-ବେଗ, ହୋଇ ଚାଲିବ ନାହିଁ
ବେଗ-ବେଗ, ହୋଇ ଚାଲିବ ଯେମନ୍ତେ
ମନ୍ଦ-ମନ୍ଦ, ହୋଇ ଚାଲିବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
ମୋ ନାମେ ମୁରଲୀ ବାଇବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
♪
ପୟରେ ତୁମ୍ଭର ରତ୍ନ କଠାଉ
ଧୀର-ଧୀର, ହୋଇ ଚାଲିବ ନାହିଁ
ଧୀର-ଧୀର, ହୋଇ ଚାଲିବ ଯେମନ୍ତେ
ପିତାମ୍ବର ଖଦୀ ପିନ୍ଧିବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
ମୋ ନାମେ ମୁରଲୀ ବାଇବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
♪
ନାଚି ଆସୁଥାନ୍ତି ନାନା ରଙ୍ଗରେ
ତହିଁକି ଗୋପିକା ହୋଇଲେ ବାଇ
କହେ ସାଲବେଗ ଜାତିରେ ଯବନ
ରାଧା କୃଷ୍ଣ ପାଦ ହୃଦୟେ ଧାରୀ
ଯାଅ ତୁମେ ନନ୍ଦ କହ୍ନାଇ
ମୋ ନାମେ ମୁରଲୀ ବାଇବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
ମୋ ନାମେ ମୁରଲୀ ବାଇବ ନାହିଁ
ଯାଅ ତୁମେ ନନ୍ଦ କହ୍ନାଇ
Поcмотреть все песни артиста
Other albums by the artist