Kishore Kumar Hits

Bibhu Kishore - Jiyanta Saba Mun lyrics

Artist: Bibhu Kishore

album: Kuanri Janha


ହଁ, ହୁଁ, ଜିଅନ୍ତା ଶବ ମୁଁ, ଜଳୁଛି ମୋ ଜୁଇ
ପ୍ରିୟା ରେ, ପ୍ରିୟା ରେ, ପ୍ରିୟା ରେ ତୋ ପାଇଁ
ପ୍ରେମର ଜହର ଦେଲୁ ତୁ ପିଆଇ
ନିଜକୁ ଦେଲି ମୁଁ ଜୁଇରେ ଶୁଆଇ
ଜିଅନ୍ତା ଶବ ମୁଁ, ଜଳୁଛି ମୋ ଜୁଇ
ପ୍ରିୟା ରେ, ପ୍ରିୟା ରେ, ପ୍ରିୟା ରେ ତୋ ପାଇଁ

ତୋ ପ୍ରେମରେ ହାରିଗଲି, ତୋ ପ୍ରେମରେ ମରିଗଲି
ପ୍ରେମ ତୋର ଥିଲା ଛଳନା
ହୋ, ତୋ ପ୍ରେମରେ ଭାସିଗଲି, ତୋ ପ୍ରେମରେ ଭାଙ୍ଗିଗଲି
ସତେ କି ମୁଁ ଥିଲି ଖେଳନା?
ଏମିତି ଖେଲିଲୁ, ମୋତେ ତୁ ଖେଳେଇ
ନିଜେ ମୁଁ ମୋ ପାଇଁ ବାନ୍ଧିଲି କୋକେଇ
ଜିଅନ୍ତା ଶବ ମୁଁ, ଜଳୁଛି ମୋ ଜୁଇ
ପ୍ରିୟା ରେ, ପ୍ରିୟା ରେ, ପ୍ରିୟା ରେ ତୋ ପାଇଁ

ଏମିତି ଜଳେ ମୋ ଜୁଇ, ନିଆଁ ନାହିଁ, ଧୂଆଁ ନାହିଁ
ଜିିଇଁବାଟା ମିଛ ବାହାନା
ହାଏ, ନିଦ ନାହିଁ, ସ୍ବପ୍ନ ନାହିଁ, ଦେହ ଅଛି, ପ୍ରାଣ ନାହିଁ
ସତେ କି ମୁଁ କାଚ ଆଇନା?
ଦେହରୁ ପରାଣ ନେଲୁ ତୁ ଛଡ଼େଇ
ନିତି ମୁଁ ଚାଲୁଛି ମୋ ଶବ କାନ୍ଧେଇ
ଜିଅନ୍ତା ଶବ ମୁଁ, ଜଳୁଛି ମୋ ଜୁଇ
ପ୍ରିୟା ରେ, ପ୍ରିୟା ରେ, ପ୍ରିୟା ରେ ତୋ ପାଇଁ
ପ୍ରେମର ଜହର ଦେଲୁ ତୁ ପିଆଇ
ନିଜକୁ ଦେଲି ମୁଁ ଜୁଇରେ ଶୁଆଇ
ଜିଅନ୍ତା ଶବ ମୁଁ, ଜଳୁଛି ମୋ ଜୁଇ
ପ୍ରିୟା ରେ, ପ୍ରିୟା ରେ, ପ୍ରିୟା ରେ ତୋ ପାଇଁ
ପ୍ରିୟା ରେ ତୋ ପାଇଁ, ପ୍ରିୟା ରେ ତୋ ପାଇଁ

Поcмотреть все песни артиста

Other albums by the artist

Similar artists