Goodly Rath - Tu Gala Pare Dhire Dhire lyrics
Artist:
Goodly Rath
album: Tu Kahibu Na Mu (Original Motion Picture Soundtrack)
ତୁ ଗଲା ପରେ ଧିରେ-ଧିରେ ତୋ ସ୍ମୃତି ଫେରେ
ଲୁଚି ଲୁଚେଇ ଆଖି ଧାରେ ଅବୁଝା ମୋ ଲୁହ ଝରେ
ଆରେ ଆ' ତୁ ଫେରି, ଗଲିଣି ରେ ନିଜ ପାଖେ ହାରି
ଛପି-ଛପି ପଛୁ ଆସି ଧରିନେ ରେ ମୋ ଆଖି ଧୀରେ
ରାଣ ଦେଲି ତତେ ମୋ ନାଆରେ
ତୁ ଗଲା ପରେ ଧିରେ-ଧିରେ ତୋ ସ୍ମୃତି ଫେରେ
ଲୁଚି ଲୁଚେଇ ଆଖି ଧାରେ ଅବୁଝା ମୋ ଲୁହ ଝରେ
♪
ତୋ ରଙ୍ଗେ ଦେଲି ବୋଳି ସପନର ସବୁ ଡ଼େଣା
ତଥାପି କାହିଁକି ମୁଁ ବେରଙ୍ଗ ତୋ ବିନା?
ଦୁଷ୍ଟ ସେକଥା ତୋର ଶୁଭେ ଖାଲି ମୋ କାନେ
ଛଡେଇନେଲା ତୋତେ ସମୟ ଭାରି ଜଣେ
ଆ' ତୁ ସ୍ବପ୍ନ ହେଇ, ଚୋରି-ଚୋରି ଯା' ତୁ ନିଦ ହେଇ
ଫୁଲ ପରି ଯିବି ଝଡ଼ି, ଟିକେ ଖାଲି ଛୁଇଁଦେ ରେ
ରାଣ ଦେଲି ତତେ ମୋ ନାଆରେ
ତୁ ଗଲା ପରେ ଧିରେ-ଧିରେ ତୋ ସ୍ମୃତି ଫେରେ
ଲୁଚି ଲୁଚେଇ ଆଖି ଧାରେ ଅବୁଝା ମୋ ଲୁହ ଝରେ
♪
ତୋ ପାଇଁ ଗଲି ଡେଇଁ ଏ ମନର ସବୁ ସୀମା
ତଥାପି କାହିଁକି ମୁଁ ପାଉନି ତତେ ଜମା?
ଅଧୁରା ରହିଗଲା ହୃଦୟର ମିଠା ଗପ
କାହାକୁ କହିବି ମୁଁ, କହିଲେବା କି ଲାଭ?
ଆଖି ଆଗେ ଖୁସି, ହେଲେ କାଇଁ ପାରୁନି ରେ ହସି?
ଲାଗେ ଭାରି ଏକା-ଏକା, ତୋ ସାଥିରେ ନେଇଯା ରେ
ରାଣ ଦେଲି ତତେ ମୋ ନାଆରେ
ତୁ ଗଲା ପରେ ଧିରେ-ଧିରେ ତୋ ସ୍ମୃତି ଫେରେ
ଲୁଚି ଲୁଚେଇ ଆଖି ଧାରେ ଅବୁଝା ମୋ ଲୁହ ଝରେ
ଆରେ ଆ' ତୁ ଫେରି, ଗଲିଣି ରେ ନିଜ ପାଖେ ହାରି
ଛପି-ଛପି ପଛୁ ଆସି ଧରିନେ ରେ ମୋ ଆଖି ଧୀରେ
ରାଣ ଦେଲି ତତେ ମୋ ନାଆରେ
Поcмотреть все песни артиста
Other albums by the artist