Sourin Bhatt - Prema Huwe Nahi Re - From "Twins" lyrics
Artist:
Sourin Bhatt
album: Prema Huwe Nahi Re (From "Twins")
ପ୍ରେମ ହୁଏ ନାହିଁ ରେ ପ୍ରେମ ହୋଇଯାଏ ରେ
ଜଣେ ଯେବେ ଭଲ ଲାଗେ ମନ ନେଇ ଯାଏ ରେ
ପ୍ରେମ ହୁଏ ନାହିଁ ରେ ପ୍ରେମ ହୋଇଯାଏ ରେ
ଜଣେ ଯେବେ ଭଲ ଲାଗେ ମନ ନେଇ ଯାଏ ରେ
ଏଇ ହୃଦୟ କେତେବେଳେ ପୁଣି ହବ ରେ କାହାର
ସେଇକଥା ହୃଦୟ ବି ଜାଣି ନାହି ରେ,
ପ୍ରେମ ହୁଏ ନାହିଁ ରେ ପ୍ରେମ ହୋଇଯାଏ ରେ,
ବାଧ୍ୟ କରି କାହାରିକୁ ଭଲପାଇ ହୁଏନାହିଁ
ଭାରି ନିରୀହ ଏ ପ୍ରେମ ଛଳନା ପାରେନା ସହି
ବାଧ୍ୟ କରି କାହାରିକୁ ଭଲପାଇ ହୁଏନାହିଁ
ଭାରି ନିରୀହ ଏ ପ୍ରେମ ଛଳନା ପାରେନା ସହି
ଏ ପ୍ରେମ ରେ ହସ ଥାଏ ହେଲେ ଲୁହ ଥାଏ ବେଶି
ସେଇ ଲୁହ ର ଶୋଷ କେବେ ମରେ ନାହିଁ ରେ,
ପ୍ରେମ ହୁଏ ନାହିଁ ରେ ପ୍ରେମ ହୋଇଯାଏ ରେ
ଜଣେ ଯେବେ ଭଲ ଲାଗେ ମନ ନେଇ ଯାଏ ରେ
ପ୍ରେମ ସିନା ହେଇଥାଏ ଥରୁଟିଏ ଜୀବନରେ
ସତପ୍ରେମ ସବୁଦିନ ବଞ୍ଚିରହେ ବିଶ୍ୱାସ ରେ
ପ୍ରେମ ସିନା ହେଇଥାଏ ଥରୁଟିଏ ଜୀବନରେ
ସତପ୍ରେମ ସବୁଦିନ ବଞ୍ଚିରହେ ବିଶ୍ୱାସ ରେ
ଥରେ ଥରେ ସେ ବିଶ୍ୱାସ ରେ ଜଣେ ବିଷ ଦିଏ ଭରି
ହେଲେ ସ୍ମୃତି ଫେରେ ନିତି କେବେ ନାମରେ
ପ୍ରେମ ହୁଏ ନାହିଁ ରେ ପ୍ରେମ ହୋଇଯାଏ ରେ
ଜଣେ ଯେବେ ଭଲ ଲାଗେ ମନ ନେଇ ଯାଏ ରେ
ଓଠ ତୁନି ଥାଏ ରେ ଆଖି କଥା କୁହେ ରେ
ଛାତିତଳେ ସବୁବେଳେ ଜଣେ ରହି ଥାଏ ରେ
Поcмотреть все песни артиста
Other albums by the artist