Sourin Bhatt - Chup Chup Chori lyrics
Artist:
Sourin Bhatt
album: Namita Agrawal Top Film Duets Vol 2
ସପନରେ ଆସି ଯେବେଠୁ ରହିଲୁ
ଆଖିରେ ମୋ ଘର କରି
ଜାଣିନି କେମିତି ହେଇଗଲା ପ୍ରେମ
ଚୁପ୍-ଚୁପ୍ ଚୋରି-ଚୋରି
ଚୁପ୍-ଚୁପ୍ ଚୋରି-ଚୋରି
ସୁରେ-ସୁରେ ଆସି ଯେବେଠୁ ରହିଲୁ
ଛାତିରେ ମୋ ଘର କରି
ହଉ-ହଉ ବୋଧେ ହେଇଗଲା ପ୍ରେମ
ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି)
ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି)
ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି)
ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି)
ବୁଲବୁଲ୍ ମନ ଚଢ଼େଇ
ତୋ ପାଖକୁ ଦେଲି ଉଡ଼େଇ
ଜାଣି ମୁଁ ନ ଥିଲି ଏତେ ସହଜରେ
ଧରିନବୁ ହାତ ବଢ଼େଇ
ବୁଲବୁଲ୍ ମନ ଚଢ଼େଇ
ତୋ ପାଖକୁ ନେଲୁ ଉଡ଼େଇ
ମୋ ମନ ତୋ ପାଖେ
ତୋ ମନ ମୋ ପାଖେ
ଆଗକୁ ଦେ କଥା ବଢ଼େଇ
ଦେଖୁ-ଦେଖୁ ତତେ ମୋ ଆଖିର ନିଦ
ଚାଲିଗଲା ପର କରି
ଦେଖୁ-ଦେଖୁ ତତେ ହେଇଗଲା ପ୍ରେମ
ଚୁପ୍-ଚୁପ୍ ଚୋରି-ଚୋରି
ଚୁପ୍-ଚୁପ୍ ଚୋରି-ଚୋରି
ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି)
ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି)
ହଲଚଲ୍ ମନ ଇଲାକା
ହେଇଗଲି ତୋର ପ୍ରେମିକା
କଥା ମୁଁ ଦଉଛି
ସାଥିରେ ମୁଁ ଅଛି
ଆଜିଠାରୁ ନୁହେଁ ତୁ ଏକା
ହୋ, ଝିଲମିଲ୍ ସ୍ବପ୍ନ ଇଲାକା
ଲାଗୁଥିଲା ଗପ ପରିକା
ଜାଣି ମୁଁ ନଥିଲି ମିଛ ଗପ ଦିନେ
ହେଇଯିବ ସତସତିକା
ଆଖିରେ, ଓଠରେ ଯେବେଠୁ ରହିଲୁ
ମନକୁ ମୋ ଚୋରି କରି
ହଉ-ହଉ ଧୀରେ ହେଇଗଲା ପ୍ରେମ
ଚୁପ୍-ଚୁପ୍ ଚୋରି-ଚୋରି
ଚୁପ୍-ଚୁପ୍ ଚୋରି-ଚୋରି
ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି)
ଚୁପ୍-ଚୁପ୍ ଚୋରି-ଚୋରି (ଚୁପ୍-ଚୁପ୍ ଚୋରି-ଚୋରି)
Поcмотреть все песни артиста
Other albums by the artist