Gaurav Anand - Phalguna Chaitra - Title Song lyrics
Artist:
Gaurav Anand
album: Phalguna Chaitra (Title Song)
ଫାଲଗୁନ ଚଇତି ପବନ
ମିଶେ ଦେହର ବାସ୍ନାରେ
ଆଖୋଜା ଅଲୋଡ଼ା ସପନ
ମୁଁ ଖୋଜୁଥାଏ ସ୍ପର୍ଶରେ
ଫାଲଗୁନ ଚଇତି ପବନ
ମିଶେ ଦେହର ବାସ୍ନାରେ
ହୁଁ, ଆଖୋଜା ଅଲୋଡ଼ା ସପନ
ମୁଁ ଖୋଜୁଥାଏ ସ୍ପର୍ଶରେ
ସଂଜର ସଳିତା ମହକେ ସ୍ମୃତିର ସରୋସିକାରେ
କୁହୁଡ଼ିରେ ଭିଜା ଏ ମନ ଲେଖିଯାଏ କେତେ କାବ୍ୟରେ
ଦୂତ ପରି ତୁ ଆସିରେ ସମୟ
ଖରାକୁ ବାଦଲ କରିଦେଲୁ
ମେଘ ଥାଇ ବି ଏଇ ଆକାଶେ
ଜହ୍ନଟେ ହେଇ ତୁ ଦିଶିଗଲୁ
ଋତୁ ପରି ମୁଁ ତତେ ଖୋଜିହୁଏ
ଖୋଜୁ-ଖୋଜୁ ମୁଁ ପୁଣି ଥକିଯାଏ
ହଜାରେ ଭିଡ଼ରେ ମନ ମୋ ଆଜି ଭରସା ଟିକେ ମାଗେରେ
ଗପରେ ନୁହେଁ ତୁ ଆଜି ସତରେ ତୋ ମନକଥା କହରେ...
ହୁଁ, ଫାଲଗୁନ ଚଇତି ପବନ
ମିଳନ ଏବେ ଥୟରେ
କୋଇଲିର କୁହୁ ତାନେ
ନୀଳୟ ହସେ ପ୍ରେମରେ
କାହିଁକି କହ ପାଖେ ଥାଇ ତୁ ଅଥୟ ହୁଏ ମନରେ?
ହୁଁ, କୁହୁଡ଼ିରେ ଭିଜା ଏ ମନ ଲେଖିଯାଏ କେତେ କାବ୍ୟରେ
Поcмотреть все песни артиста
Other albums by the artist