Gaurav Anand - Sata Micha lyrics
Artist:
Gaurav Anand
album: Sata Micha
ଏ ନିରୀହ ସମ୍ପର୍କ ଆମର ଦିଗ ହଜେଇଲା
କାଗଜ ଡ଼ଙ୍ଗାରେ ଆମେ, ଆଉ ବର୍ଷାଋତୁ ଥିଲା
ଖୁସିର ଆୟୁଷ ସରିଗଲା କି?
ମିଛେ ବି ମୁଁ ପାରୁନି ହସି
ଜାଣେ, ଜାଣେନା କିଏ ଦୋଷୀ
ବିରହର ସୀମା ବଢୁଛି ବେଶୀ
ଠକିଦେଲା କି ରେ ସମୟ?
ମିଛଥିଲା କି ଏ ସମୟ?
ଅଧାବାଟେ ହାତ ଆଜି ଅଧା ଲାଗେରେ
ଏଠି ମିଛ କିଏ ଥିଲା ରେ? ସତ କିଏ ଥିଲା?
ସତ, ମିଛ ଖେଳରେ ଆଜି ମିଛ ଜିତିଗଲା
ଏଠି ମିଛ କିଏ ଥିଲା ରେ? ସତ କିଏ ଥିଲା?
ସତ, ମିଛ ଖେଳରେ ଆଜି ମିଛ ଜିତିଗଲା
♪
ଖୁସିର ଫରୁଆ ସାଇତିଥିଲି ମୁଁ
କିଏ ସେ ଦେଲା ଲୁଚେଇ?
ମୋ ପାଇଁ ଥିଲୁ ତୁ ଚାବି ଫରୁଆର
ତୋ ସାଥେ ଦେଲି କି ହଜେଇ
ଅଛୁ ବୋଲି କହିଦେଇଯା
ଆଖିଲୁହ ପୋଛି ଦେଇଯା
ପାଖେ ଅଛୁ ଲାଗେ, ପୁଣି ପାଖେ ନାହୁଁ ରେ
ଏଠି ମିଛ କିଏ ଥିଲା ରେ? ସତ କିଏ ଥିଲା?
ସତ, ମିଛ ଖେଳରେ ଆଜି ମିଛ ଜିତିଗଲା
ଏଠି ମିଛ କିଏ ଥିଲା ରେ? ସତ କିଏ ଥିଲା?
ସତ, ମିଛ ଖେଳରେ ଆଜି ମିଛ ଜିତିଗଲା
ଏ ନିରୀହ ସମ୍ପର୍କ ଆମର ଦିଗ ହଜେଇଲା
କାଗଜ-ଡ଼ଙ୍ଗା ରେ ଆମେ ଆଉ ବର୍ଷାଋତୁ ଥିଲା
Поcмотреть все песни артиста
Other albums by the artist