Ananya Sritam Nanda - Megha Nandini lyrics
Artist:
Ananya Sritam Nanda
album: Megha Nandini
ବିନା ମେଘରେ ତୁ ଆସି
ଲାଜରେ-ଲାଜରେ ଭିଜେଇ ଦେଲୁ ତୁ ମେଘ-ନନ୍ଦିନୀ
ବିନା ଫଗୁଣରେ ଆସି
ରଙ୍ଗରେ-ରଙ୍ଗରେ ରଙ୍ଗେଇ ଦେଲୁ ମୋ ଫୁଲ-ଓଢ଼ଣୀ
♪
ହୋ, ବିନା ମେଘରେ ତୁ ଆସି
ଲାଜରେ-ଲାଜରେ ଭିଜେଇ ଦେଲୁ ତୁ ମେଘ-ନନ୍ଦିନୀ
ବିନା ଫଗୁଣରେ ଆସି
ରଙ୍ଗରେ-ରଙ୍ଗରେ ରଙ୍ଗେଇ ଦେଲୁ ମୋ ଫୁଲ-ଓଢ଼ଣୀ
ଫଗୁରାଣୀ ତୋ ପ୍ରେମରେ ମରି-ମରି ଯାଏ ମୁଁ
ଭିଜା-ଭିଜା ତୋ ଓଠରେ ହସିବାକୁ ଚାହେଁ ମୁଁ
ତୋ ପୁନେଇ ପୋଖଳା ମୁହଁ ମନ ନେଇଛି କିଣି
ବିନା ମେଘରେ ତୁ ଆସି
ଲାଜରେ-ଲାଜରେ ଭିଜେଇ ଦେଲୁ ତୁ ମେଘ-ନନ୍ଦିନୀ
ବିନା ଫଗୁଣରେ ଆସି
ରଙ୍ଗରେ-ରଙ୍ଗରେ ରଙ୍ଗେଇ ଦେଲୁ ମୋ ଫୁଲ-ଓଢ଼ଣୀ
♪
ହୀରାପରି ଗୋରା ଦେହରେ, ଖରା ଯେବେ ପଡ଼ିଯାଏ ରେ
ନିଦ ସାରା ଚମକୁଚୁ ରାତି ଅଧରେ
ହୋ, ମୋ ଜାଦୁଗରୀ ହାତଛୁଆଁରେ, ପ୍ରେମଋତୁ ଏଇଠି ସରେ
ଜୁଡୁବୁଡୁ ହୁଏ ତୋର ପ୍ରୀତି ବନ୍ୟାରେ
ପଦୁଅଁର ପାଲିଙ୍କିରେ ବସି ଦିନେ ଆସିବି
ବୋହୂରାଣୀ କରି ତୋତେ ବେଦିରେ ମୁଁ ବସିବି
ତୋ କଜଳ କିଆରି ତଳେ ଲେଖିଦେବି କାହାଣୀ
ବିନା ମେଘରେ ତୁ ଆସି
ଲାଜରେ-ଲାଜରେ ଭିଜେଇ ଦେଲୁ ତୁ ମେଘ-ନନ୍ଦିନୀ
ବିନା ଫଗୁଣରେ ଆସି
ରଙ୍ଗରେ-ରଙ୍ଗରେ ରଙ୍ଗେଇ ଦେଲୁ ମୋ ଫୁଲ-ଓଢ଼ଣୀ
♪
ସୁନାଝିଅ ସୁନା-କଳସୀ, ମିଛେ ଆଉ ଯାଆନା ରୁଷି
ପାହାନ୍ତିଆ ସପନରେ ତୋତେ ଦେଖୁଛି
ହୋ-ହୋ, କୁହୁକୁହୁ କୋଇଲି ଆସି, କାନେ ମୋର କହୁଛି ବସି
ମୋଠୁ ବି ମୋତେ ଭଲପାଉ ତୁ ବେସି
ମିଛି-ମିଛି ବାହାଘର ଖେଳ ଥାଉ ସେତିକି
ମିଳନର ମହୁରୀରେ ନେବି ତୋତେ ଆସିକି
ତୁ ଗଣୁଥା ଏବେଠୁ ଦିନ, ହବ ବାଟ-ବରଣି
ବିନା ମେଘରେ ତୁ ଆସି
ଲାଜରେ-ଲାଜରେ ଭିଜେଇ ଦେଲୁ ତୁ ମେଘ-ନନ୍ଦିନୀ
ବିନା ଫଗୁଣରେ ଆସି
ରଙ୍ଗରେ-ରଙ୍ଗରେ ରଙ୍ଗେଇ ଦେଲୁ ମୋ ଫୁଲ-ଓଢ଼ଣୀ
Поcмотреть все песни артиста
Other albums by the artist