Aseema Panda - TO PREMA MO PAIN JARURI lyrics
Artist:
Aseema Panda
album: TO PREMA MO PAIN JARURI
ତୁ ଜାଣିଛୁ କି ତୋ ପ୍ରେମ ମୋ ପାଇଁ କେତେ ଜରୁରୀ??
ଛାତିର ସ୍ପନ୍ଦନ ମୋର ଧଡକୁଛି ତୋ ନାଆଁ ଧରି
ତୁ ଜାଣିଛୁ କି ତୋ ପ୍ରେମ ମୋ ପାଇଁ କେତେ ଜରୁରୀ?
ଛାତିର ସ୍ପନ୍ଦନ ମୋର ଧଡକୁଛି ତୋ ନାଆଁ ଧରି
ତୁ ଆସି ମୋ ସପନରେ
ମତେ ଛୁଇଁ ଗଲା ପରେ
ଯୁଆଡ଼େ ଚାହୁଁଛି ଦିସୁଛି ତୋ ପରି
ତୁ ଜାଣିଛୁ କି ତୋ ପ୍ରେମ ମୋ ପାଇଁ କେତେ ଜରୁରୀ?
ଛାତିର ସ୍ପନ୍ଦନ ମୋର ଧଡକୁଛି ତୋ ନାଆଁ ଧରି
ତୁ ଜାଣିଛୁ କି ତୋ ପ୍ରେମ ମୋ ପାଇଁ କେତେ ଜରୁରୀ?
ଛାତିର ସ୍ପନ୍ଦନ ମୋର ଧଡକୁଛି ତୋ ନାଆଁ ଧରି
♪
ତୁ ଆସି ମୋ ଭାବନାରେ ମତେ ଭିଜେଇଲୁ ତୋ ପ୍ରେମରେ
ତତେ ସାଇଁତିଲା ପରେ, ଆଉ ଜାଗା ନାହିଁ ମୋ ମନରେ
ହଁ, ତତେ ପାଇ ମନ ସାରା ଝରେ ପ୍ରେମ ପାରିଜାତ ଫୁଲ
ତୁ ଟିକେ ଛୁଇଁଲେ ମତେ ଲାଗେ ଭଲ ଠାରୁ ବେଶୀ ଭଲ, ଭଲ ଠାରୁ ବେଶୀ ଭଲ
ଭଲ ତୁ ଲାଗିଲୁ ଏତେ
ଭଲ ପାଇଗଲି ତତେ
ତୋ ପାଖରୁ ଆଉ ପାରୁନି ମୁଁ ଫେରି
ତୁ ଜାଣିଚୁ କି ତୋ ପ୍ରେମ ମୋ ପାଇଁ କେତେ ଜରୁରୀ?
ଛାତିର ସ୍ପନ୍ଦନ ମୋର ଧଡକୁଛି ତୋ ନାଆଁ ଧରି
ତୁ ଜାଣିଛୁ କି ତୋ ପ୍ରେମ ମୋ ପାଇଁ କେତେ ଜରୁରୀ?
ଛାତିର ସ୍ପନ୍ଦନ ମୋର ଧଡକୁଛି ତୋ ନାଆଁ ଧରି
♪
ସପନ ଭିଡ଼ରେ ଆଖି ଯେବେ ଖୋଜି ପାଇଗଲା ତତେ
ତୋ ପାଖେ ଅଟକି ଗଲି, ବୋଧେ ପ୍ରେମ ହୋଇଗଲା ମତେ
ଆଖିରେ ଆଖିରେ ଯେବେ ରଙ୍ଗ ଲଗେଇଲୁ ତୋ ପ୍ରେମର
ମୋ ବାଟ ମୁଁ ଭୁଲିଗଲି, ହାଏ, ଏତେ ଦୁଷ୍ଟ ତୋ ନଜର, ହାଏ, ଏତେ ଦୁଷ୍ଟ ତୋ ନଜର
ତୋ ପ୍ରେମ ନଜରରେ ତୁ
ନିଜର କରି ନେଇଛୁ
ମୋ ଠାରୁ ମୋ ମନ କରିଛୁ ତୁ ଚୋରି
ତୁ ଜାଣିଚୁ କି ତୋ ପ୍ରେମ ମୋ ପାଇଁ କେତେ ଜରୁରୀ?
ଛାତିର ସ୍ପନ୍ଦନ ମୋର ଧଡକୁଛି ତୋ ନାଆଁ ଧରି
ତୁ ଜାଣିଛୁ କି ତୋ ପ୍ରେମ ମୋ ପାଇଁ କେତେ ଜରୁରୀ?
ଛାତିର ସ୍ପନ୍ଦନ ମୋର ଧଡକୁଛି ତୋ ନାଆଁ ଧରି
Поcмотреть все песни артиста
Other albums by the artist